ସହିଦ ଔରଙ୍ଗଜେବଙ୍କ ପରିବାରକୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ: ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନ ଔରଙ୍ଗଜେବଙ୍କ ପରିବାରକୁ ଭେଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ-କାଶ୍ମୀରରେ ପହଞ୍ଚିବା ପରେ ପୁଞ୍ଚରେ ରହୁଥିବା ସହିଦଙ୍କ ଘରକୁ ଯାଇ ପରିବାରର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ।

ଔରଙ୍ଗଜେବଙ୍କ ପାଇଁ ସାରା ଦେଶ ଗର୍ବିତ। ତାଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ବୋଲି ସେ କହିଛନ୍ତି।

ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହେବା ଦ୍ୱାରା ସୁରକ୍ଷାକର୍ମୀଙ୍କ ଅପରେସନ ପ୍ରଭାବିତ ହେବ ନାହିଁ ବୋଲି ସେନାମୁଖ୍ୟ ବିପିନ ରାୱତ କହିଛନ୍ତି। ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ପୁଲୱାମା ନିକଟରୁ ଅପହରଣ ପରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଜୁନ ୧୪ରେ ତାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା।