ଭାରତ ହେବ ସବୁଠୁ ଶକ୍ତିଶାଳୀ, ଖୁବଶୀଘ୍ର ସେନାରେ ସାମିଲ ହେଉଛି ନାଗ୍‌ ମିସାଇଲ୍‌

ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ସେନାର ଶକ୍ତି। ସେନାରେ ସାମିଲ ହେବ ଏଣ୍ଟି ଟ୍ୟାଙ୍କ ନାଗ୍ ମିଶାଇଲ୍‌। ସେନା ପାଇଁ ୩ ଶହ ନାଗ୍ ମିଶାଇଲ କିଣା ଯିବ। ଯାହା ପାଇଁ ଖର୍ଚ୍ଚ ହେବ ୫୨୪ କୋଟି ଟଙ୍କା। ୪ କିଲୋମିଟର୍ ରେଞ୍ଜ ମଧ୍ୟରେ ଶତ୍ରୁ ପକ୍ଷର ମିଶାଇଲକୁ ଧ୍ୱଂସ କରିବା କ୍ଷମତା ନାଗ୍ ମିଶାଇଲର ରହିଛି। କୌଣସି ବି ପରିସ୍ଥିତି ଏବଂ ପାଣିପାଗ ମଧ୍ୟରେ ନାଗ୍ ମିଶାଇଲ କାର୍ଯ୍ୟ କରିପାରିବ। ଏହାସହ ଅତ୍ୟାଧୁନିକ ଯୁଦ୍ଧ ତୋପକୁ ସାମିଲ କରାଯିବ ଭାରତୀୟ ସେନାରେ। ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର ୭ ଶହ କୋଟି ଟଙ୍କା ପ୍ରତିରକ୍ଷା ପରିଷଦର ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହାଛଡ଼ା ନୌସେନା ପାଇଁ ୧୨୭ ଏମ୍ଏମ୍ କାଲିବର୍ ବନ୍ଧୁକ କିଣିବା ପାଇଁ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଆମେରିକୀୟ କମ୍ପାନି ବିଏଇ୍ ସିଷ୍ଟମ୍ ସହ ଏନେଇ ଚୁକ୍ତି ହୋଇଛି। ଗତ ଦୁଇ ଦିନ ତଳେ ବାୟୁ ସେନାରେ କମ୍ ଅସ୍ତ୍ରଶସ୍ତ୍ର କ୍ଷମତାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ବାୟୁ ସେନା ମୁଖ୍ୟ ଚିଫ୍ ମାର୍ଶଲ ବିଏସ୍ ଧାନୁଆ।