ଇଂଲିଶ ପରୀକ୍ଷାରେ କମ୍ ନମ୍ବର ରଖିବାରୁ ଦଣ୍ଡଦେଲେ ଦିଦି: ଲଙ୍ଗଳା ହୋଇ ସ୍କୁଲ ଚାରିକଡ଼େ ବୁଲିଲେ ଛାତ୍ର

ନୂଆଦିଲ୍ଲୀ: ଗୁରୁ ଓ ଶିଷ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ଗୁରୁ ନିଜ ହାତରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଗଢ଼ିଥାନ୍ତି। ଗୁରୁ ଦିବସରେ ଶିଷ୍ୟ ଗୁରୁଙ୍କୁ ପୂଜା କରିଥାଏ। କିନ୍ତୁ ଗୁରୁ ଶିଷ୍ୟର ସଂପର୍କକୁ ନେଇ ଏପରି ଖବର ଆସୁଛି, ଯାହା ଗୁରୁ ଶିଷ୍ୟ ସଂପର୍କରେ କଳଙ୍କ ଲଗାଇ ଦେଇଛି। ଡେରାଡୁନର ଜେପି ଇଣ୍ଟରନ୍ୟାସନାଲ ସ୍କୁଲରେ ଏପରି ଘଟଣା ଘଟିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସ୍କୁଲର ତିନିଜଣ ଛାତ୍ରଙ୍କୁ ଶିକ୍ଷୟିତ୍ରୀ ଉଲଗ୍ନ କରି ସ୍କୁଲ ଚାରିପଟେ ବୁଲାଇଛନ୍ତି। ଛାତ୍ରମାନଙ୍କ ଭୁଲ ଥିଲା ଯେ, ସେମାନେ ଇଂରାଜୀ ପରୀକ୍ଷାରେ କମ୍‌ ନମ୍ବର ରଖିଥିଲେ। ଏହି ଘଟଣା ପରେ ଛାତ୍ରମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଅମର ଉଜ୍ଜଲାରେ  ପ୍ରକାଶିତ ପାଇଥିବା ରିପୋର୍ଟ ଅନୁସାରେ, ଇଂରାଜୀ ବିଷୟ ପରୀକ୍ଷାରେ କମ୍‌ ନମ୍ବର ରଖିଥିବା ଡେରାଡୁନ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ୩ ଜଣ ଛାତ୍ରଙ୍କୁ ଇଂରାଜୀ ଶିକ୍ଷୟିତ୍ରୀ ପ୍ରଥମେ ଛିଡ଼ା ହେବାକୁ କହିଥିଲେ। ପରେ ସେମାନଙ୍କୁ ଉଲଗ୍ନ କରି ସ୍କୁଲ ଚାରିପଟେ ବୁଲାଇଥିଲେ। ଘଟଣା ବିଷୟରେ ସେମାନେ ପରିବାର ଲୋକଙ୍କ ସାମ୍ନାରେ କହିବା ପରେ ଖବର ପଦାକୁ ଆସିଥିଲା। ପରିବାର ଲୋକ ସ୍କୁଲରେ ପହଞ୍ଚି ହୋହଲ୍ଲା କରିବା ସହ ମ୍ୟାନେଜମେଣ୍ଟ ପାଖରେ ଅଭିଯୋଗ କରିଥିଲେ।

ସ୍କୁଲ ପ୍ରଧାନ ଶିକ୍ଷକ ଅମିତା ରାଠୋର କହିଛନ୍ତି- “ଏହି ଅଭିଯୋଗ ମିଥ୍ୟା। ସ୍କୁଲରେ ଏପରି କିଛି ହୋଇନାହିଁ।”

ଜିଲ୍ଲା ଏସପି ମଣିକାନ୍ତ ମିକ୍ଷା କହିଛନ୍ତି- “ସ୍କୁଲ ମ୍ୟାନେଜମେଣ୍ଟ ନାଁରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି।”