ଦିଲ୍ଲୀ ଏମ୍ସରେ ୫ରେସିଡେଣ୍ଟ ଡାକ୍ତର ନିଲମ୍ୱିତ

ନୂଆଦିଲ୍ଲୀ: ଦିଲ୍ଲୀ ଅଖିଳ ଭାରତୀୟ ଆୟୂର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ୫ ରେସିଡେଣ୍ଟ ଡାକ୍ତର ନିଲମ୍ୱିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ସେମାନଙ୍କୁ ନିଲମ୍ୱିତ କରାଯାଇଛି।

ଏମ୍ସରେ ରାଜବୀର କୌର ନାମକ ଜଣେ ନର୍ସ ଭର୍ତ୍ତି ହୋଇଥିଲେ। ମାତ୍ର ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ଗତ ଶନିବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାର ପ୍ରତିବାଦରେ ରାଜବୀରଙ୍କ ସାଥୀ ନର୍ସମାନେ ଆଜି କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଥିଲେ। କାର୍ଯ୍ୟରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ୫୦୦୦ ହଜାରରୁ ଊର୍ଦ୍ଧ୍ୱ ନର୍ସ ଧାରଣାରେ ବସିଥିବାରୁ ରୋଗୀ ସେବା ପ୍ରଭାବିତ ହୋଇଥିଲା।