ବାୟୁ ପ୍ରଦୂଷଣ ପାଇଁ ଆଜି ଦିଲ୍ଲୀର ୧୮୦୦ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଗତ ସପ୍ତାହରେ ଦୀପାବଳୀ ପରଠାରୁ ରାଜଧାନୀ ଦିଲ୍ଲୀରେ ଅଧିକ ମାତ୍ରାରେ ବାୟୁ ପ୍ରଦୂଷଣ ହେବାରେ ଲାଗିଛି। ଆଜି ଦିଲ୍ଲୀ ସହର ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମହାନଗର ନିଗମ ଦ୍ୱାରା ପରିଚାଳିତ ସ୍କୁଲ ଗୁଡ଼ିକୁ ବନ୍ଦ ରଖାଯାଇଛି। ଦିଲ୍ଲୀର ପ୍ରଦୂଷଣ ସ୍ତର ଉପରେ ନଜର ରଖୁଥିବା ଏଜେନ୍‌ସୀର ସୂଚନା ମୁତାବକ ପାର୍ଟିକୁଲେଟ୍ ମାର୍ଟର ୧୦ର ସାନ୍ଦ୍ରତା ଘନମିଟର ପ୍ରତି ୧୨୦୦ମାଇକ୍ରୋଗ୍ରାମ୍ ରହିଥିବା ବେଳେ ଏହାର ସୁରକ୍ଷା ସ୍ତର ୧୦୦ମାଇକ୍ରୋଗ୍ରାମ ରହିଛି। ଏପରି ପ୍ରଦୂଷିତ ପରିବେଶରେ ଅଧିକ ସମୟ ରହିବା ଦ୍ୱାରା ଶ୍ୱାସ ଜିନତ ସମସ୍ୟା ହେବାର ଆଶଙ୍କା ରହିଛି।