ଦିଲ୍ଲୀର ଇନ୍ଦିରାଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବିଶ୍ୱର ନମ୍ବର ୱାନ ଏୟାରପୋର୍ଟ ମାନ୍ୟତା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରାଗାନ୍ଧି ଇଣ୍ଟରନ୍ୟାସନାଲ ବିମାନ ବନ୍ଦର ବିଶ୍ୱର ଏକ ନମ୍ବର ବିମାନ ବନ୍ଦର ମାନ୍ୟତା ପାଇଛି। ଏୟାରଫୋର୍ସ କାଉନସିଲ ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ ଏୟାରଫୋର୍ସ ସର୍ଭିସ କ୍ୱାଲିଟି (ଏଏସ୍‌କ୍ୟୁ) ୨୦୧୭ ରାଙ୍କରେ ଦିଲ୍ଲୀ ବିମାନ ବନ୍ଦର ଏକ ନମ୍ବରରେ ରହିଛି। ଗତବର୍ଷ ଏହି ତାଲିକାରେ ଦକ୍ଷିଣ କୋରିଆ ଏକ ନମ୍ବର ସ୍ଥାନରେ ଥିଲା।

ଗତବର୍ଷ ଦିଲ୍ଲୀ ବିମାନ ବନ୍ଦର ଦ୍ୱିତୀୟ ସ୍ଥାନରେ ଥିଲା। ୨୦୧୫ରେ ଦିଲ୍ଲୀ ଏକ ନମ୍ବରରେ ଥିଲା। ୨୦୧୭ରେ ଦିଲ୍ଲୀ ବିମାନ ବନ୍ଦରରୁ ୬୩.୫ ମିଲିୟନ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିବା ରିପୋର୍ଟରେ କୁହାଯାଇଛି।

ଜଣେ ଅଫିସିଆଲ କହିଛନ୍ତି, ଦିଲ୍ଲୀ ଏୟାରପୋର୍ଟ ଏସିଆର ୭ମ ବିଗେଷ୍ଟ ଏୟାରପୋର୍ଟ ହୋଇଛି। ସେହିପରି ଏହା ବିଶ୍ୱର ୨୦ଟି ବଡ଼ ଏୟାରପୋର୍ଟରେ ସାମିଲ ହୋଇଛି।