ଦିଲ୍ଲୀ ବିମାନବନ୍ଦରରେ ଡ୍ରୋନ୍ ଆତଙ୍କ: ବିମାନ ଚଳାଚଳ ସାମୟିକ ସ୍ଥଗିତ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ବିମାନବନ୍ଦରରେ ଡ୍ରୋନ୍ ଆତଙ୍କ। ଏପରି ଖବର ଆସିବା ପରେ ଦିଲ୍ଲୀ ବିମାନ ବନ୍ଦରର ସମସ୍ତ ରନ୍‌ୱେରେ ବିମାନ ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ସେହିପରି ବିମାନବନ୍ଦରକୁ ଆସୁଥିବା ସମସ୍ତ ଫ୍ଲାଇଟ୍‌କୁ କିଛି ସମୟ ପାଇଁ ଡାଇଭର୍ଟ କରାଯାଇଥିଲା। ଜଣେ ପାଇଲଟ୍ ଡ୍ରୋନକୁ ଠାବ କରିବା ପରେ ସୂଚନା ଦେଇଥିଲେ। ଏହାପରେ ସତର୍କତା ପାଇଁ ବିମାନବନ୍ଦରରେ ଏପରି ପଦକ୍ଷେପ ନିଆଯାଇଥିଲା। ତେବେ ଏହି ଡ୍ରୋନ କେଉଁଠୁ ଆସିଲା ଏବଂ କୁଆଡେ ଗଲା ଏହାକୁ ନେଇ ଆରମ୍ଭ ହୋଇଯାଇଛି ତନାଘନା। ଅନ୍ୟପଟେ ଘଟଣା ପରେ ବିମାନ ବନ୍ଦରରେ ପୁଣି ବିମାନ ଚଳାଚଳ ଆରମ୍ଭ ହୋଇଥିବା ଜଣାପଡିଛି। ଘଟଣାର ସତ୍ୟାସତ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଯଦିଓ ମିଳିପାରିନାହିଁ। ତଥାବି ତଦନ୍ତକାରୀ ଟିମ୍ ତଦନ୍ତ ଚଲାଇଛି         ।