ସାବାଡ଼ ହେବେ ବସ୍‌ କର୍ମଚାରୀ: ଝିଅ ସୁରକ୍ଷା ପାଇଁ ବସ୍‌ରେ ଲାଗିବ ସିସି କ୍ୟାମେରା

ମହିଳା ମାନଙ୍କ ସୁରକ୍ଷା ଆଜିକା ସମାଜରେ ଏକ ବଡ ସମସ୍ୟ ହୋଇ ଠିଆ ହୋଇଛି। ନିକଟରେ ବସ କଣ୍ଡରଙ୍କ ଦ୍ୱାରା ମହିଳା ମାନଙ୍କୁ ଅସଦାଚରଣ ଘଟଣା ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପକାଇଛି। ନିର୍ଭୟା ଘଟଣା କେବଳ ଦେଶ ଭିତରେ ନୁହେଁ ସାରା ବିଶ୍ୱରେ ଭାରତର ଛବିକୁ ଖରାପ କରିଥିଲା।  ଏଥିପାଇଁ ବସ୍‌ରେ ମହିଳାମାନେ କିଭଳି ସୁରକ୍ଷିତ ରହିବେ ସେଥିପାଇଁ ଦିଲ୍ଲୀ ସରକାର ଯୋଜନା କରିଛନ୍ତି। ଦିଲ୍ଲୀରେ ଚାଲୁଥିବା ମୋଟ ୬,୩୫୦ ଡିଟିସି ଓ କ୍ଲଷ୍ଟର ବସରେ ସିସିଟିଭି କ୍ୟାମେରା ଲଗାଯିବାକୁ ଯୋଜନା କରାଯାଇଛି।

ନିକଟରେ ହୋଇଥିବା ଏକ ବୈଠକ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ କହିବା ଅନୁଯାୟୀ ଏହି ଯୋଜନା ପାଇଁ ପାଖାପାଖି ୧୪୦କୋଟି ଟଙ୍କା ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ମୋଟ ୨୦୦ଟି ଡିଟିସି ବସ୍‌ରେ ସିସିଟିଭି କ୍ୟାମେରା ରହିଛି।