କେଜ୍ରିୱାଲ୍‌ଙ୍କୁ ଝଟ୍‌କା: ଧାରଣାକୁ ନେଇ କୋର୍ଟ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟ୍‌କା ଲାଗିଛି। ଉପରାଜ୍ୟପାଳଙ୍କ ଅଫିସ୍‌ରେ ଧାରଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ବିନା ଅନୁମତିରେ କିପରି କେଜ୍ରିୱାଲ ଧାରଣା ଦେବାକୁ ନେଇ କୋର୍ଟ ଆପତ୍ତି ଉଠାଛନ୍ତି। ଏନେଇ କେଜ୍ରିୱାଲ ବିଧିବଦ୍ଧ ଅନୁମତି ନେଇନାହାନ୍ତି। କାହିଁକି ଓ କେଉଁ ପରିସ୍ଥିତିରେ ଧାରଣାରେ ବସିଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଦିଲ୍ଲୀ ଉପରାଜ୍ୟପାଳଙ୍କ ଅଫିସ୍‌ରେ ଦୀର୍ଘ ୮ ଦିନ ଧରି ଧାରଣାରେ ବସିଛନ୍ତି କେଜ୍ରିୱାଲ ଓ ଅନ୍ୟ ୪ ଜଣ କ୍ୟାବିନେଟ୍ ମନ୍ତ୍ରୀ। ଏହାକୁ ନେଇ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କେଜ୍ରିୱାଲଙ୍କ ଧାରଣା ଅପ୍ରାସଙ୍ଗିକ ଏବଂ ସମ୍ୱିଧାନକୁ ଉଲ୍ଲଂଘନ କରୁଥିବା ସେ ଯୁକ୍ତି ବାଢ଼ିଥିଲେ।