ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ପିଟିଲେ ଆପ୍‌ ବିଧାୟକ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ତାହା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ। ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ସହ ଆମ୍ ଆଦମୀ ପାର୍ଟି ବିଧାୟକ ମାରପିଟ୍ କରିଥିବା ଅଭିଯୋଗ ହୋଇଛି।

ଗତ ସୋମବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ବସିଥିଲା। ତେବେ କୌଣସି କାରଣରୁ ଉତକ୍ଷିପ୍ତ ହୋଇ ମୁଖ୍ୟ ଶାସନ ସଚିବଙ୍କୁ ଧକା ଦେବା ସହ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି।  ଏନେଇ ରାତିରେ ହିଁ ଉପରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ। ଘଟଣାକୁ ଗୁରୁତ୍ୱ ସହ ନେଇଛି ଆଇଏଏସ୍ ସଂଘ। ଏନେଇ ଜରୁରୀକାଳିନ ବୈଠକ ଡକାଇଛି ସଂଘ। ଅଭିଯୁକ୍ତ ଦୁଇ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ଦାବି ହୋଇଛି।  ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏଁ କାର୍ଯ୍ୟ ବନ୍ଦ ଡାକରା ଦେଇଛି ଦିଲ୍ଲୀ ଆଇଏଏସ୍ ସଂଘ।

ଅନ୍ୟପକ୍ଷରେ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛି ଦଳ। ମୁଖ୍ୟ ଶାସନ ସଚିବଙ୍କ ସହ ବିଧାୟକଙ୍କ ବୈଠକ ହୋଇଥିଲା।  ଆଧାର କାର୍ଡରେ ତ୍ରୁଟି ଥିବା ଦର୍ଶାଇ ଅଢ଼େଇ ଲକ୍ଷ ଲୋକଙ୍କୁ ରାସନ୍ ସାମଗ୍ରୀ ମିଳିନାହିଁ।  ଏନେଇ ଶାସନ ସଚିବଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ।  ତେବେ ଶାସନ ସଚିବ ଅଂଶୁ ପ୍ରକାଶ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ।  ଶାସନ ସଚିବଙ୍କ ସମସ୍ତ ଅଭିଯୋଗ ମିଥ୍ୟା ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଆପ୍‌ର ତିନି ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।  ଯାହାକୁ ନେଇ ଆପ୍ ଏବଂ  ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା।