କଣ୍ଟେନର୍‌ ଡିପୋରୁ ଲିକ୍‌ ହେଲା ଗ୍ୟାସ୍‌, ୧୦୦ ଛାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲକ୍‌ବାଦ୍‌ ଅଞ୍ଚଳରେ ଆଜି ସକାଳେ ଏକ କଣ୍ଟେନର୍‌ ଡିପୋରୁ ଗ୍ୟାସ୍‌ ଲିକ୍‌ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ୟାସ୍ ସଂସ୍ପର୍ଶରେ ଆସି ରାଣୀ ଝାନସୀବାଇ ସର୍ବୋଦୟ କନ୍ୟା ବିଦ୍ୟାଳୟର ୧୦୦ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀମାନଙ୍କୁ ମଜିଦିଆ, ସଫଦରଜଙ୍ଗ ଓ ବତ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସକାଳ ପ୍ରାୟ ୭ଟା ୩୦ ସମୟରେ ଛାତ୍ରୀମାନଙ୍କ ଆଖି ଜଳିବା ସହ ବାନ୍ତି ହୋଇଥିଲା।

ଗ୍ୟାସ୍‌ ଲିକ୍‌ ହେବା ସୂଚନା ପାଇବା ପରେ  ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା।

ସୌଜନ୍ୟ: ଟାଇମ୍ସ ଅଫ୍ ଇଣ୍ଡିଆ

ଫଟୋ: ଆଜ୍‌ତକ୍‌