ଟ୍ରାଏଲ ବେଳେ କାନ୍ଥ ଭାଙ୍ଗି ଚାଲିଗଲା

ନୂଆଦିଲ୍ଲୀ: ଟ୍ରାଏଲ ବେଳେ ଦିଲ୍ଲୀ ମେଟ୍ରୋର ଏକ ଟ୍ରେନ୍‌ କାନ୍ଥ ଭାଙ୍ଗି ବାହାରି ଯାଇଛି। ଏହି ଘଟଣା ଘଟିଛି କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନର ମାଜେଣ୍ଟା ଲାଇନ୍‌ରେ। ଏଥିରେ କେହି ଆହତ ହୋଇଥିବାର ସୂଚନା ମିଳିନାହିଁ। ଦୁର୍ଘଟଣା ପରେ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ନୋଏଡାରୁ ଦକ୍ଷିଣ ଦିଲ୍ଲୀର ଦୂରତା କମାଉଥିବା ଏହି ମେଟ୍ରୋ ଲାଇନ୍‌କୁ ଖ୍ରୀଷ୍ଟମାସ (ଡିସେମ୍ବର ୨୫) ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।