ଆଇଏସ୍ ଟାଗେର୍ଟରେ ନୂଆଦିଲ୍ଲୀ, ଆକାଶରେ ସନ୍ଦିଗ୍ଧ ବସ୍ତୁ ଦେଖିଲେ ଉଡାଇ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ )ର ଟାଗେର୍ଟର ଅଛି ରାଜଧାନୀ ନୂଆଦିଲ୍ଲୀ। ଏହି ଆତଙ୍କବାଦୀ ସଂଗଠନ ଆକାଶ ମାର୍ଗରୁ ନୂଆଦିଲ୍ଲୀ ଉପରେ  ଆକ୍ରମଣ କରିପାରେ। ଏନେଇ ସତର୍କ ସୂଚନା ଦେଇଛି କେନ୍ଦ୍ର ଗୃହମନ୍ତ୍ରାଣାଳୟ। ଡ୍ରୋନ୍, ୟୁଏଏସ କିମ୍ବା ଅନ୍ୟ କୌଣସି ପ୍ରକାରେ ଆଇଏସ୍ ଆକ୍ରମଣ କରିପାରେ। ତେଣୁ ଦିଲ୍ଲୀର ଆକାଶ ଉପରେ ଯେ କୌଣସି ସନ୍ଦିଗ୍ଧ ବସ୍ତୁ ଦୂଶ୍ୟମାନ ହେଲେ ତାହାକୁ ଉଡାଇଦେବାକୁ ଗୃହ ମନ୍ତ୍ରାଣାଳୟ ପକ୍ଷରୁ  ସୁରକ୍ଷା ଏଜେନ୍ସିଗୁଡିକୁ  ନିର୍ଦ୍ଦେଶ ଦିଆଯାଇଛି। ବାୟୁ ସେନା ଯେ କୌଣସି ଜିନିଷ ଗୁଡିକୁ ସନ୍ଦିଗ୍ଧ ଭଳି ଘୋଷଣା କରିବ, ସେହି ଗୁଡିକୁ ସୁରକ୍ଷା ଏଜେନ୍ସିଗୁଡିକ ଉଡାଇଦେଇ ପାରିବେ। ଏ ନେଇ ବାୟୁସେନା, ସିଆଇଏସଏଫ୍, ଦିଲ୍ଲୀ ପୋଲିସ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣାଳୟ ମଧ୍ୟରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି।