ଦିଲ୍ଲୀରେ ଭୂକମ୍ପ ଝଟ୍‌କା, ପଢ଼ନ୍ତୁ ଆଉ କେଉଁଠି ପାହାନ୍ତିଆରେ ଥରି ଗଲା ମାଟି…

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର୍‌ରେ ଶୁକ୍ରବାର ଭୋର ପ୍ରାୟ ୪.୨୫ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ଶାମଲୀ, ହରିଆଣାର ଜୀନ୍ଦ୍‌ ଓ ରୋହତକ୍‌ରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଦିଲ୍ଲୀର ଏନ୍‌ସିଆର ସହିତ ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅଧିକ ଥିଲା ବୋଲି ଜଣାପଡ଼ିଛି।

ରିକ୍ଟର ସ୍କେଲ୍‌ରେ ଏହି ଭୂକମ୍ପର ତୀବ୍ରତା ୪.୭ ରହିଛି। ହରିୟାଣା ଗୋହାନା ଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ।

ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ଆସି ନାହିଁ।

ସୌଜନ୍ୟ- ଆଜ୍‌ତକ୍‌