ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାରା ଦେଶ ଆଜି ୬୮ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଅମର ଯବାନ ଜ୍ୟୋତିରେ ଶହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଏହି ସମାରୋହରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଆବୁଧାବିର ଯୁବରାଜ ଶେଖ୍‌ ମହମ୍ମଦ ବିନ୍‌ ଜାଇଦ୍‌ ଅଲ୍‌ ନାହ୍ରାନ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଦେଶ ପାଇଁ ଲଢ଼ିଥିବା ବୀର ସୈନିକଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଥିଲେ। ହାବିଲ୍‌ଦାର ହଙ୍ଗପନ୍‌ ଦାଦାଙ୍କୁ ମିଳିଲା ମରଣୋତ୍ତର ଅଶୋକ ଚକ୍ର। ରାଜପଥରେ ଚିତ୍ତାକର୍ଷକ ପରେଡ୍‌ ଓ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶାର ପ୍ରଜ୍ଞାନ ମେଢ଼ ‘ଦୋଳ ମେଳଣ’ ମନ ମୋହି ଥିଲା।