ଦିଲ୍ଲୀ ସରକାରଙ୍କ ଦୁଇଦିନିଆ ବିଧାନସଭା ଅଧିବେଶନ ବିରୋଧରେ ହାଇକୋର୍ଟରେ ଆବେଦନ

ନୂଆଦିଲ୍ଲୀ: କେଜ୍ରିୱାଲ ସରକାରଙ୍କ ଦୁଇଦିନିଆ ବିଧାନସଭା ଅଧିବେଶନକୁ ଅସମ୍ବିଧାନିକ ଓ ଅବୈଧ ଘୋଷଣା କରିବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଛି। କୋର୍ଟ ମାମଲାଟିକୁ ଗ୍ରହଣ କରିବା ସହ ଏହାର ଶୁଣାଣି କରିବାବୁ ରାଜି ହୋଇଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତାକାଲି ହେବ।

ଆଇନଜୀବୀ ପ୍ରଶାନ୍ତ କୁମାର ଉମରାଓ ଏହି ଆବେଦନ କରିଛନ୍ତି। ପ୍ରଶାନ୍ତ ହେଉଛନ୍ତି ସେହି ଓକିଲ ଯିଏ ଦିଲ୍ଲୀ ସରକାର ୨୧ ବିଧାୟକଙ୍କୁ ସଂସଦୀୟ ସଚିବ କରିବା ପରେ ସେମାନଙ୍କ ସଦସ୍ୟତା ରଦ୍ଦ କରିବାକୁ ନିର୍ବାଚନ ଆୟୋଗରେ ମାମଲା ରୁଜୁ କରିଥିଲେ।

ପ୍ରଶାନ୍ତ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଅଧିବେଶନକୁ ଉପରାଜ୍ୟପାଳଙ୍କ ବିନା ବକ୍ତବ୍ୟରେ ଆରମ୍ଭ କରାଯାଇଥିଲା। ଯାହା ଜିଏନ୍‌ସିଟିର ଦିଲ୍ଲୀ ଆକ୍ଟର ସେକ୍ସନ ୧୦କୁ ସିଧାସଳଖ ଉଲ୍ଲଂଘନ କରୁଛି।