ଦିଲ୍ଲୀ: କୁହୁଡ଼ି ଯୋଗୁଁ ୯୦ଟି ଟ୍ରେନ୍‌ ବିଳମ୍ବିତ

trainନୂଆଦିଲ୍ଲୀ: କିଛି ଦିନ ହେଲା ରାଜଧାନୀ ନୂଆଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ଘନ କୁହୁଡ଼ିର ପ୍ରକୋପ ଜାରି ରହିଛି। ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଏଥିଯୋଗୁଁ ଟ୍ରେନ୍ ଓ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରୁ ଯାଉଥିବା ୯୦ଟି ଟ୍ରେନ୍ ସେମାନଙ୍କ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରରେ ଚାଲୁଛନ୍ତି। ୨୮ଟି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଛି। ୪ଟି ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି।

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୭ଟି ଘରୋଇ ଓ ଗୋଟିଏ ଅନ୍ତର୍ଜାତୀୟ ବିମାନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଉଡ଼ାଣ ଭରିବେ। ଚାରୋଟି ବିମାନର ଉଡ଼ାଣକୁ ରଦ୍ଦ କରି ଦିଆଯାଇଛି।

କୁହୁଡ଼ି ଯୋଗୁଁ ଗତକାଲି ରାଳବାଇ ବୋର୍ଡ ୨୦୧୬ ଡିସେମ୍ବର ୧୭ ରୁ ୨୦୧୭ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ୩୨ଟି ଟ୍ରେନ୍‌କୁ ରଦ୍ଦ କରି ଦେଇଛି। ଏହା ସହିତ ୨୮ଟି ଟ୍ରେନ୍‌ର ଯିବାଆସିବା ବି କମ୍ କରି ଦିଆଯାଇଛି।

ଶୁକ୍ରବାର କୁହୁଡ଼ି ଯୋଗୁଁ ୧୧୫ଟି ଟ୍ରେନ୍‌ରେ ବିଳମ୍ବରେ ଚାଲିଥିଲେ। ଶନିବାର ୧୦୧ଟି ଟ୍ରେନ୍ ବିଳମ୍ବରେ ଚାଲିଥିଲେ।