ଦିଲ୍ଲୀରେ ପାଟ୍ରୋଲିଂ କରିବ ମହିଳା ପିସିଆର ଭ୍ୟାନ୍

ନୂଆଦିଲ୍ଲୀ: ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଦିଲ୍ଲୀ ପୋଲିସ୍ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି। ପ୍ରଥମ ଥର ପାଇଁ ଦିଲ୍ଲୀରେ ମହିଳା ପିସିଆର ଭ୍ୟାନ୍ ଆରମ୍ଭ ହେବାକୁ ଯାଉଛି। ଏଥିରେ ଡ୍ରାଇଭର ମଧ୍ୟ ମହିଳା ରହିବେ। ଏଥିପାଇଁ ୮ ମହିଳା କନେଷ୍ଟବଳଙ୍କୁ ଡ୍ରାଇଭର ଭାବେ ମନୋନୀତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପିସିଆର ଭ୍ୟାନ୍ କେବଳ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଚାଲିବ।

ଆସନ୍ତା ମାସରେ ଏହି ପିସିଆର୍ ଭ୍ୟାନ୍ ଯୋଜନା ଆରମ୍ଭ ହୋଇପାରେ। ଜଣେ ବରିଷ୍ଠ ପୋଲିସ କର୍ତ୍ତୃପକ୍ଷଙ୍କ କହିବାନୁସାରେ ବର୍ତ୍ତମାନ ଦକ୍ଷିଣ ଦିଲ୍ଲୀର ବସନ୍ତ କୁଞ୍ଜ ଓ ଇଣ୍ଡିଆ ଗେଟ୍ ଅଞ୍ଚଳକୁ ଚିହ୍ନଟ କରାଯାଇଛି ଏହି ମହିଳା ପିସିଆର୍ ଭ୍ୟାନ୍ ପାଟ୍ରୋଲିଂ ପାଇଁ।