ନୂଆଦିଲ୍ଲୀ: ଅସହିଷ୍ଣୁତା ବିରୁଦ୍ଧରେ ସାହିତ୍ୟ ଏକାଡେମୀର ନୀରବତା ପ୍ରତିବାଦରେ ଶୋଭାଯାତ୍ରା

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଥିବା ଅସହିଷ୍ଣୁତା ଭାବ ପ୍ରସଙ୍ଗରେ ସାହିତ୍ୟ ଏକାଡେମୀର ନୀରବତା ଅବଲମ୍ବନ କରୁଥିବା ଦେଶର କିଛି ଜଣାଶୁଣା ସାହିତ୍ୟିକ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ନୂଆଦିଲ୍ଲୀରେ ଆଜି ଏକାଠି ହୋଇ ନୀରବ ଶୋଭାଯାତ୍ରା କରିଛନ୍ତି ସାହିତ୍ୟିକମାନେ। ଶୋଭାଯାତ୍ରା ଶ୍ରୀରାମ ସେଣ୍ଟରରୁ ବାହାରି କେନ୍ଦ୍ର ସାହିତ୍ୟ ଏକାଡେମୀ ପର୍ଯ୍ୟନ୍ତ ଯାଇଥିଲେ ।

ସେପଟେ ପୁରସ୍କାର ଫେରସ୍ତ କରିଥିବା ସାହିତ୍ୟିକଙ୍କର ଏକ ବୈଠକ ଏକାଡେମୀ ପକ୍ଷରୁ ଡକାଯାଇଛି। ବର୍ଦ୍ଧିତ ଅସହିଷ୍ଣୁତା ପ୍ରତିବାଦରେ ପ୍ରାୟ ୪୦ଜଣ ସାହିତ୍ୟିକ ପୁରସ୍କାର ଫେରାଇଛନ୍ତି। ବିଶ୍ୱର ୧୫୦ଟି ଦେଶର ସାହିତ୍ୟିକ ଭାରତୀୟ ସାହିତ୍ୟିକଙ୍କ ଏପରି ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କୁ ଦେଶରେ ସ୍ୱାଧୀନ ମତପ୍ରକାଶର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜଣାଇଛନ୍ତି।