ଢାକା: ୨ ନାବାଳକଙ୍କୁ ହତ୍ୟା ଅଭିଯୋଗରେ ୬ଜଣଙ୍କୁ ମୃତ୍ୟୁଦଣ୍ଡ

ଢାକା: ବାଂଲାଦେଶରେ ଦୁଇଜଣ ଶିଶୁଙ୍କ ହତ୍ୟା ଅଭିଯୋଗରେ ୬ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ରିପୋର୍ଟ ଅନୁସାରେ ସିଲହେଟ ସିଟିର ଏକ ଅଦାଲତ ଗତ ଜୁଲାଇରେ ସମିଉଲ ଆଲମ ରାଜନ (୧୩) ନାମକ ଏକ ନାବାଳକକୁ ଲୁହା ରଡରେ ପିଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ କୋର୍ଟ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି ଏକ ଅଦାଲତ ରକିବ ହାବଲଦାର (୧୨)ଙ୍କ ହତ୍ୟା ଘଟଣାରେ ଦୁଇଜଣଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଗତ ଅଗଷ୍ଟ ୩ ତାରିଖରେ ରକିବଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ଉମର ଶରିଫ ଏବଂ ମେଣ୍ଟୁ ମିଆଁ ରକିବାଙ୍କୁ ହତ୍ୟା କରିଦେଇଥିଲେ । ରକିବ ତାଙ୍କ ଗ୍ୟାରେଜରୁ ଚାକିରି ଛାଡି ଅନ୍ୟ ସ୍ଥାନରେ ଚାକିରି ଲାଗି ଚାଲିଯିବା ଘଟଣାରେ ଉତ୍ତ୍ୟକ୍ତ ହୋଇ ତାକୁ ହତ୍ୟା କରିଥିଲେ।