ଢାକା ଆକ୍ରମଣରେ ବ୍ୟବହୃତ ରାଇଫଲ୍‌ ଭାରତରେ ତିଆରି ହୋଇଥିଲା

ନୂଆଦିଲ୍ଲୀ: ଗତ ଜୁଲାଇ ମାସରେ ବାଂଲାଦେଶର ରାଜଧାନୀ ଢାକାର ଗୁଲସନ୍‌ କାଫେରେ ହୋଇଥିବା ଆକ୍ରମଣରେ ଆତଙ୍କବାଦୀମାନେ ଯେଉଁ ରାଇଫଲ ବ୍ୟବହାର କରିଥିଲେ ସେଗୁଡ଼ିକ ଭାରତରେ ତିଆରି ହୋଇଥିଲା ବୋଲି ଏନ୍‌ଆଇର ତଦନ୍ତରୁ ଜଣାପଡ଼ିଛି। କୋଲକାତା ଏସ୍‌ଟିଏଫ୍‌ ଦ୍ୱାରା ଏହି ମାମଲାରେ ଗିରଫ ୬ ଆତଙ୍କବାଦୀ ଏନ୍‌ଆଇକୁ ଏହି ତଥ୍ୟ ଦେଇଛନ୍ତି। ସେ ଆହୁରି ବି କହିଛି ଯେ ଏହି ରାଇଫଲ୍ ତିଆରି କରିବା ପାଇଁ ପାକିସ୍ତାନର ବିଶେଷଜ୍ଞମାନେ ସାହାଯ୍ୟ କରିଥିଲେ।

ଢାକାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୦ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ଯୁବତୀ ରହିଥିଲେ।

ଗିରଫ ଆଙ୍କବାଦୀ ସୂଚନା ମୁତାବକ ପାକିସ୍ତାନରେ ବନ୍ଧୁକ ତିଆରି କରୁଥିବା କିଛି ଲୋକ ବିହାରର ମୁଙ୍ଗେରରେ ବନ୍ଧୁକ ତଆରି କରୁଥିବା କିଛି ଲୋକଙ୍କୁ ଏହି ରାଇଫଲ ତିଆରି କରିବା ପାଇଁ ତାଲିମ ଦେଇଥିଲା। ସୀମାର କିଛି ଅଞ୍ଚଳରେ ଏକେ-୨୨ ରାଇଫଲ ତିଆରି କରାଯାଇଥିଲା। ଏହାପରେ ଅନ୍ତର୍ଜାତୀୟ ଚୋରା ବ୍ୟବସାୟୀଙ୍କ ଜରିଆରେ ଏହି ବନ୍ଧୁକକୁ ଢାକା ପଠାଯାଇଥିଲା।