ଢାକା: ନମାଜ ପାଠ ବେଳେ ବିସ୍ଫୋରଣ ଘଟି ୪ ମୃତ, ୭ ଆହତ

ଢାକା: ବାଂଲାଦେଶ ରାଜଧାନୀ ଢାକାରୁ ୮୦ କିଲୋମିଟର ଦୂରରେ ଥିବା କିଶନଗଞ୍ଜ ଅଞ୍ଚଳରେ ଆଜି ସାମୂହିକ ଇଦ୍‌ ପ୍ରାର୍ଥନା ଚାଲିଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ୍‌ କର୍ମଚାରୀଙ୍କୁ ମିଶାଇ ୭ ଜଣ ଆହତ ହୋଇଛନ୍ତି। କିଶନଗଞ୍ଜରେ ପୋଲିସ୍ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

ଗତ ଶୁକ୍ରବାର ଢାକାରେ ଏକ ରେସ୍ତୋରାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା।