ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ: ବିନୟ କଟିୟାର

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରମାଣ ମାଗିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜଣକ ପରେ ଜଣେ ବିଜେପି ନେତା ଟାର୍ଗେଟ କରୁଛନ୍ତି। ବିଜେପି ନେତା ବିନୟ କଟିୟାର ଏବଂ ରାଜ୍ୟସଭା ସାଂସଦ ଶୁବ୍ରମଣ୍ୟମ୍‌ ସ୍ୱାମୀ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି। ଶୁବ୍ରମଣ୍ୟମ୍‌ ସ୍ୱାମୀ କେଜ୍ରିୱାଲଙ୍କୁ ରାଷ୍ଟ୍ର ବିରୋଧୀ କହିବା ସହ କେନ୍ଦ୍ର ସରକାର ଦିଲ୍ଲୀ ସରକାରକୁ ହଟାଇବାକୁ ଦାବି କରିଛନ୍ତି।

ସେହିପରି ବିନୟ କଟିୟାର ମଧ୍ୟ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି। ସେ ମଧ୍ୟ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି,“କେଜ୍ରିୱାଲ ଓ ସଞ୍ଜୟ ନିରୁପମଙ୍କୁ ଜେଲ ପଠାଇ ଦିଆଯିବା ଦରକାର। କେଜ୍ରିୱାଲ ହାଫିଦ୍ ସୟିଦର ଭାଷା କହୁଛନ୍ତି। ସେ ଜଣେ ପାକିସ୍ତାନୀ ଏଜେଣ୍ଟ।”

ସେ ଆହୁରି କହିଛନ୍ତି,“ଆବଶ୍ୟକ ପଡିଲେ ପାକିସ୍ତାନରେ ପଶି ବାରମ୍ବାର ଆକ୍ରମଣ କରାଯିବା ଉଚିତ। ଆମ ପାଖରେ ଯେତେ ମିଜାଇଲ୍‌ ଅଛି ସବୁ ପାକିସ୍ତାନ ଉପରେ ପକାଇ ଦେବା ଉଚିତ।”