ଚାଇନା ବର୍ଡର୍‌ ନିକଟରେ ଭାରତର ସବୁଠୁ ଲମ୍ବା ବ୍ରିଜ୍‌: ୬୦ ଟନ୍‌ର ଯୁଦ୍ଧ ଟ୍ୟାଙ୍କ ମଧ୍ୟ ଯାଇପାରିବ

ନୂଆଦିଲ୍ଲୀ: ଚାଇନା ବର୍ଡର ନିକଟରେ ଦେଶର ସବୁଠୁ ଲମ୍ବା ବ୍ରିଜ୍‌କୁ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୬ ତାରିଖରେ ଉଦଘାଟନ କରିବାକୁ ଯାଉଛନ୍ତି। ଏହି ବ୍ରିଜ୍‌କୁ ଏଭଳି ମଜଭୁତ କରାଯାଇଛି ଯାହା ଉପରେ ୬୦ଟନ୍‌ ଓଜନର ଯୁଦ୍ଧ ଟ୍ୟାଙ୍କ ମଧ୍ୟ ଯାଇପାରିବ। ଏହି ବ୍ରିଜ୍‌ର ନାଁ ଢୋଲା-ସଦିଆ ରଖାଯାଇଛି। ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଏହି ବ୍ରିଜ୍‌ର ଲମ୍ବ ୯.୧୫ କିମି ରହିଛି। ଚାଇନା ବର୍ଡର୍‌ ନିକଟରେ ଏହି ବ୍ରିଜ୍‌କୁ ଭାରତର ସୁରକ୍ଷା ଦୃଷ୍ଟିକୋଣରୁ ଦେଖାଯାଉଛି। ।

ଅନ୍ୟପଟେ ଏହି ବ୍ରିଜ୍‌ ଦ୍ୱାରା ଉତ୍ତରପୂର୍ବ ରାଜ୍ୟକୁ ଅଧିକ ଲାଭ ମିଳିବ। ୯୫୦ କୋଟି ଟଙ୍କାର ଏହି ପ୍ରୋଜେକ୍ଟ ୨୦୧୧ରୁ ଆରମ୍ଭ କରାଯାଇଥିଲା। ବିଶେଷକରି ଅରୁଣାଚଳ ପ୍ରଦେଶ ଓ ଆସାମ ଲୋକଙ୍କୁ ଯାତାୟତର ସୁବିଧା ପାଇଁ ଏହି ବ୍ରିଜ୍‌ ନିର୍ମାଣ କରାଯାଇଥିବା କୁହାଯାଇଛି। ଯାହା ବାନ୍ଦ୍ରା-ଓର୍ଲି ବ୍ରିଜ୍‌ ଠାରୁ ଏହି ବ୍ରିଜ୍‌ର ଲମ୍ବ ୩.୫୫ କିମି ଅଧିକ। ଏହି ବ୍ରିଜ୍‌ ପୂର୍ବରୁ ମୁମ୍ବାଇରେ ଥିବା ବାନ୍ଦ୍ରା-ଓର୍ଲି ବ୍ରିଜ୍‌କୁ ଦେଶର ସବୁଠୁ ଲମ୍ବା ବ୍ରିଜ୍‌ ଭାବେ ଗଣାଯାଉଥିଲା।

News Courtesy-news18

Picture Courtesy –  the Paradise Unexplored