ସୀମାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଧୋନି

ଶ୍ରୀନଗର: ଆଜିଠୁ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ତଥା ଟିମ୍ ଇଣ୍ଡିଆର ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି। ଅଗଷ୍ଟ ୧୫ ଯାଏ ସେ ଏହି ପ୍ରଶିକ୍ଷିଣ ନେବେ। କିନ୍ତୁ ଏହି ସମୟରେ ସେ ସେନାର କୌଣସି ଅପରେଶନରେ ସାମିଲ ହେବେ ନାହିଁ।

ଧୋନି ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ଏହି ସମୟରେ ସେ ପାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟ ଡ୍ୟୁଟିରେ ରହିବେ। ଏହି ଡ୍ୟୁଟି ସମୟରେ ସେ ୧୯ କେଜି ଓଜନର ଗୁଳି, ଉପକରଣ ଓ ପୋଷାକ ଆଦି ତାଙ୍କ ସାଙ୍ଗରେ ରଖିବେ। ଏଥିରେ ୫କେଜି ଓଜନର ତିନୋଟି ମ୍ୟାଗାଜିନ ରହିବ । ଏହା ବ୍ୟତୀତ ୩ କେଜିର ପୋଷାକ, ଦୁଇ କେଜିର ଜୋତା, ଏକ କେଜିର ହେଲମେଟ, ୪କେଜିର ବୁଲେଟ ପ୍ରୁଫ ଜ୍ୟାକେଟ ଏବଂ ପ୍ରାୟ ୪କେଜିର ଗ୍ରେନେଡ ରହିବ।