କରଦାତାଙ୍କୁ ରିହାତି: ଅଗଷ୍ଟ ଓ ସେପ୍ଟେମ୍ବର ଜିଏସଟି ରିଟର୍ଣ୍ଣ ବିଳମ୍ବ ପାଇଁ ଆଦାୟ ହେବନି ଜରିମାନା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କରଦାତାଙ୍କୁ ରିହାତି। ଅଗଷ୍ଟ ଓ ସେପଟେମ୍ବର ମାସର ଜିଏସଟି ରିଟର୍ଣ୍ଣ ଦାଖଲ ଉପରେ ବିଳମ୍ବ ପାଇଁ ଜରିମାନା ଆଦାୟ ହେବ ନାହିଁ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ଯେଉଁ କରଦାତାମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ସେମାନଙ୍କ ଜମାଖାତାରେ ପୁଣି ଥରେ ସେହି ଟଙ୍କା ଜମା କରାଯିବ। ରିଟର୍ଣ୍ଣ ଦାଖଲରେ ବିଳମ୍ବ ହେଲେ ଜିଏସଟି ନିୟମ ଅନୁଯାୟୀ କେନ୍ଦ୍ରୀୟ ଜିଏସଟି ଓ ରାଜ୍ୟ ଜିଏସଟି ଉପରେ ଦୈନିକ ୧୦୦ଟଙ୍କା ଲେଖାଏଁ ଜରିମାନା ପାଇଁ ନିଷ୍ପତ୍ତି ନିଆଯାଇଥିଲା।