ଛାଡପତ୍ର ପରେ ସ୍ୱାମୀଙ୍କୁ ଦିଅନାହିଁ ଅଧିକ ଟେନ୍‌ସନ୍‌: ଦିଲ୍ଲୀ କୋର୍ଟ 

ନୂଆଦିଲ୍ଲୀ: ଏକ ଘରୋଇ ହିଂସା ମାମଲାରେ ଶୁଣାଣି କରି ଦିଲ୍ଲୀ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଘରୋଇ ହିଂସାରେ ଶିକାର ହୋଇଥିବା ଜଣେ ମହିଳା ଭରଣପୋଷଣ ପାଇଁ ଅଧିକ ଅର୍ଥ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଭରଣପୋଷଣ ବାବଦରେ ପୂର୍ବରୁ ମହିଳା ଜଣକ ମାସକୁ ୫ହଜାର୫୦୦ ଟଙ୍କା ପାଉଥିଲେ। ପରବର୍ତ୍ତୀ ସମୟରେ ଏହି ପରିମାଣକୁ ମାସକୁ ୨୫ ହଜାରକୁ ବୃଦ୍ଧି କରିବାକୁ ସେ ଦାବି କରିଥିଲେ।  ଏହି ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

କୋର୍ଟ କହିଛନ୍ତି ଯେ, ସ୍ୱାମୀ ଉପରେ ଅଧିକ ବୋଝ ଲଦିବା ଠିକ୍ ନୁହଁ। ନିଜେ କିଛି ଅର୍ଥ ଉପାର୍ଜନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି, ମହିଳା ଜଣକ ନିଜ ସ୍ୱମାମୀ ଠାରୁ ଉଚ୍ଚଶିକ୍ଷିତ।, ପିଜି ପରେ ବିଏଡ ଏବଂ ଏଲଏଲବି ମଧ୍ୟ କରିଛନ୍ତି। ତେଣୁ ସେ ଚାହିଁଲେ ନିଜେ କିଛି ରୋଜଗାର କରିପାରିବେ। ଏଥିପାଇଁ ସମସ୍ତ ଆଶା ସ୍ୱାମୀ ଠାରୁ କରିବା ଠିକ୍ ନୁହଁ ବୋଲି କୋର୍ଟ କହିଛନ୍ତି।  ସୂଚନା ଅନୁଯାୟୀ ପୂର୍ବରୁ ୨୦୦୮ରେ ତଳକୋର୍ଟରେ ମାମଲା ଶୁଣାଣି ହୋଇ ଉକ୍ତ ମହିଳାଙ୍କୁ ଭରଣପୋଷଣ ବାବଦରେ ମାସକୁ ୫ହଜାର୫୦୦ ଟଙ୍କା ଦେବା ପାଇଁ ଧାର୍ଯ୍ୟ ହୋଇଥିଲା। ୨୦୧୫ରେ ଏହି ଆର୍ଥିକ କ୍ଷତିପୂରଣ ବୃଦ୍ଧି ପାଇଁ ମହିଳା ଜଣକ କୋର୍ଟରେ ଆବେଦନ କରିଥିଲେ।