ସବୁଠି ଦୀପାବଳିର ଧୁମ୍: ବିଭିନ୍ନ ରାଜନେତା ନିଆରା ଢଙ୍ଗରେ ପାଳିଳେ ଏହି ପର୍ବକୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଦୀପାବଳି, ଏଥିପାଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ। ଏହାରି ମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟାକ୍ତି ଦୀପାବଳି ପାଳନ କରିଛନ୍ତି। ନିଆରା ଢଙ୍ଗରେ ଦିପାବଳୀ ପାଳନ କରିଛନ୍ତି ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଏକ ଅନାଥ ଆଶ୍ରମରେ ଦିପାବଳୀ ପାଳିଛନ୍ତି ମୁଖ୍ୟମନ୍ତ୍ରୀ। ଅନାଥ ଶିଶୁଙ୍କ ସହ ବେସ୍ କିଛି ସମୟ ବିତାଇଥିଲେ ମେହବୁବା। ଛୋଟ ଛୋଟ ପିଲାଙ୍କୁ ଏହି ଅବସରରେ ମିଠା ଓ ବିଭିନ୍ନ ଉପହାର ପ୍ରଦାନ ବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଜାମ୍ମୁ ଓ କାଶ୍ମୀର ଉପ ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ସେନା କ୍ୟାମ୍ପରେ ପାଳନ କରିଛନ୍ତି ଦୀପାବଳି। ଦେଶ ସେବାରେ ନିୟୋଜିତ ଯବାନଙ୍କ ଆତ୍ମ ବିଶ୍ୱାସ ବଢ଼ାଇବା ସହ ଦୀପାବଳିର ଶୁଭେର୍ଚ୍ଚା ଜଣାଇଛନ୍ତି ନିର୍ମଳ। ସେପଟେ ଏକାସଙ୍ଗେ ଦିପାବଳୀ ପାଳନ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବାପା ମୁଲାୟମ ସିଂହ ଯାଦବ। ଦୀର୍ଘ ଦିନ ପରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଆଜି ଉତ୍ତରପ୍ରଦେଶ ଇଟାୱାରେ ଉଭୟ ନେତାଙ୍କୁ ଭେଟିଥିଲେ ଦଳୀୟ କର୍ମି। ମୁଲାୟମ ଓ ଅଖିଳେଶ ନିଜ ନିଜ ସମର୍ଥକଙ୍କ ସହ ଦିପାବଳୀକୁ ପାଳନ କରିଛନ୍ତି।