ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନାକୁ ସମାଲୋଚନା

ଚେନ୍ନାଇ: ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର ଢାଞ୍ଚାରେ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା। କିନ୍ତୁ ଏହି ଯୋଜନାକୁ ବିରୋଧ କରିଛନ୍ତି ତାମିଲନାଡୁର ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ୍। କେନ୍ଦ୍ର ସରକାର ଏହି ଯୋଜନା ଜରିଆରେ ରାଜ୍ୟର ହକକୁ ଛଡ଼ାଇ ନିଜ ନାଁରେ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏହି ଯୋଜନା ବନ୍ଦ ହେବା ଦରକାର ବୋଲି ଷ୍ଟାଲିନ୍ କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ସଂସଦରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଲାସ ପାଶ୍ୱାନ କେନ୍ଦ୍ର ସରକାର ଖୁବଶୀଘ୍ର ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ଆଣିବାକୁ ଯାଉଛନ୍ତି ବୋଲି କହିଥିଲେ। ଏହାପରେ ଗତକାଲି ମଧ୍ୟ ରାମ ବିଲାସ ପାସଓ୍ୱାନ ସାମ୍ୱାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇଥିଲେ। ଏହି ଯୋଜନା ଲାଗୁ ହେଲେ ଦେଶର ଯେକୌଣସି ସ୍ଥାନରେ ପଞ୍ଜିକୃତ  ଉପଭୋକ୍ତା ନିଜ ରାସନ କାର୍ଡ ଦେଖାଇ ଏହି ସେବାର ଲାଭ ପାଇପାରିବେ।