ଧାରା ୩୭୦ ଉଚ୍ଛେଦ ବିରୋଧରେ ଆନ୍ଦୋଳନ କରିବ ଡିଏମକେ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନିଷ୍ପତ୍ତିକୁ ତାମିଲନାଡୁର ବିରୋଧୀ ଦଳ ଡିଏମକେ ବିରୋଧ କରିବା ଆରମ୍ଭ କରିଛି। ଏଥିପାଇଁ ଦଳ ଆସନ୍ତା ୨୨ ତାରିଖରେ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଆଜି ଘୋଷଣା କରିଛି। ଏହି ବିକ୍ଷୋଭରେ ଦଳର ସମସ୍ତ ସାଂସଦ ସାମିଲ ହେବେ।

ଆଜି ଦଳର ସଭାପତି ଏମକେ ଷ୍ଟାଲିନ୍‌ ଜାରି କରିଥିବା ବିବୃତିରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେହିପରି ଜମ୍ମୁ-କଶ୍ମୀରରେ ରାଜନେତାଙ୍କୁ ଅଗଷ୍ଟ ୫ରୁ ଅଟକ ରଖାଯାଇଥିବା ଘଟଣାକୁ ମଧ୍ୟ ଷ୍ଟାଲିନ ଅଗଣତାନ୍ତ୍ରିକ ବୋଲି କହିଛନ୍ତି।

ସେ କହିଛନ୍ତି, “କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ କର୍ଫ୍ୟୁ ଲାଗୁ କରି ଏହାକୁ ଅବଶିଷ୍ଟ ଭାରତରୁ ଅଲଗା କରି ଦେଇଛନ୍ତି। କେନ୍ଦ୍ର ସରକାର ସୁରକ୍ଷାକର୍ମୀ ମୁତୟନ ଓ ନିଷେଧାଦେଶ

ଲାଗୁ କରି ଲୋକଙ୍କ ସ୍ୱରକୁ ଚାପି ଦେଇଛନ୍ତି। ସରକାର ଯୋଗାଯୋଗ ବ୍ୟବସ୍ଥା ଛିନ୍ନ କରି ଜମ୍ମୁ-କଶ୍ମୀରର ଲୋକଙ୍କୁ ବନ୍ଦୀ ଭାବେ ରଖିଛନ୍ତି।”