ଲଣ୍ଡନର ଏହି ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ୍ କଲେ ଜେଲ୍‌

ଲଣ୍ଡନ: ନିକଟରେ ଇଂଲଣ୍ଡରେ ଏକ ୨୪ ମହଲା କୋଠାରେ ନିଆଁ ଲାଗି ଯାଇଥିଲା। ଏହି ଜ୍ୱଳନ୍ତ କୋଠାର ଫଟୋକୁ ଫେସ୍‌ବୁକ୍‌ରେ ପୋଷ୍ଟ୍ କରିଥିବା ଜଣେ ବ୍ୟକ୍ତିଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଯାଇଛି।

ଓମେଗା ଏମାବାଇକେବୋ ନାମକ ଏହି ବ୍ୟକ୍ତି ଜଣଙ୍କ ଜ୍ୱଳନ୍ତ କୋଠାର ଭିଡିଓ ସହିତ ଶବ ବୁହାଯାଉଥିବା ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରି ଦେଇଥିଲେ। ତା’ସହିତ ଆହତମାନଙ୍କ ମୁହଁ ଓ ଶବର ପାଞ୍ଚୋଟି ଫଟୋ ମଧ୍ୟ ପୋଷ୍ଟ୍ କରି ଥିଲେ। ଏହି ସାର୍ବଜନୀନ ପୋଷ୍ଟ ପାଇଁ ପୋଲିସ୍ ତାଙ୍କୁ ଗିରଫ କରିଥିଲା। କୋର୍ଟ ବି ଏହାକୁ ଏକ ଘୃଣ୍ୟ କାର୍ଯ୍ୟ ବୋଲି କହିବା ସହ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

ପଶ୍ଚିମ ଇଂଲଣ୍ଡରେ ଥିବେ ଗ୍ରୀନଫେଲ ଟାୱାରରେ ନିଆଁ ଲାଗି ଯିବାରୁ ୫୮ ଜଣ ମୃତ୍ୟୁ ଘଟିଥିଲା। ଏବେବି ଅନେକ ନିଖୋଜ ଅଛନ୍ତି। ସେମାନଙ୍କ ସଂପର୍କରେ କିଛି ଜଣାପଡ଼ିନି।