ସାହେବାଣୀ ହେଲେ ସରକାରୀ ସ୍କୁଲର ଝିଅ: ନନ୍ଦିନୀଙ୍କ ବାପା କଣ କରୁଥିଲେ ଜାଣନ୍ତି?

 

ନୂଆଦିଲ୍ଲୀ-ସରକାରୀ ସ୍କୁଲରେ ପାଠ ପଢ଼ା ହୁଏ ନାହିଁ। ସରକାରୀ ସ୍କୁଲରେ ପଢିଲେ ପିଲା ପଛରେ ପଡି ଯାଆନ୍ତି। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ପାଶ୍ କରିବା ଯେମିତି ସରକାରୀ ସ୍କୁଲ ପିଲାଙ୍କ ପାଇଁ ଏକ ସ୍ୱପ୍ନ ଭଳି। ଏମିତି ସବୁ ବାଜେ ଚିନ୍ତାଧାରାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଆଇଏଏସ୍ ଟପ୍ପର ନନ୍ଦୀନି କେ.ଆର୍।

କର୍ଣ୍ଣାଟକର ନନ୍ଦିନୀ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନନ୍ଦିନୀ ଏବେ ଫରିଦାବାଦସ୍ଥିତ ନ୍ୟାସନାଲ୍ ଏକାଡେମୀ ଅଫ୍ କଷ୍ଟମ୍,ଏକ୍ସାଇଜ୍‌ ଓ ନାକ୍ରୋଟିକ୍ସରେ ତାଲିମ ନେଉଛନ୍ତି। ନନ୍ଦୀନିଙ୍କ ବାପା ହେଲେ ଜଣେ ସ୍କୁଲ ଶିକ୍ଷକ। ନନ୍ଦିନୀ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢିଛନ୍ତି। ପିଲାଟି ବେଳରୁ ଆଇଏଏସ୍ ହେବାକୁ ଇଛା ରଖିଥିଲେ ନନ୍ଦିନୀ। ପୂର୍ବରୁ ନନ୍ଦିନୀ ତିନିଥର ଏହି ପରୀକ୍ଷା ଦେଇଥିଲେ ହେଲେ ସଫଳ ହୋଇ ପାରିନଥିଲେ। ଏଥିପାଇଁ ତାଙ୍କୁ ସାଙ୍ଗମାନେ ଅନେକ କଟାକ୍ଷ ମଧ୍ୟ କରିଛନ୍ତି। ତିନିଥରର ବିଫଳତା ପରେ ସଫଳତାର ଶିଖର ଛୁଇଁଛନ୍ତି ନନ୍ଦିନୀ। ସରକାରୀ ସ୍କୁଲରେ ପଢି ମଧ୍ୟ ସେ ନିଜର ଲକ୍ଷ୍ୟକୁ ଖୁବ ହାସଲ କରିଛନ୍ତି।

ତେବେ ନନ୍ଦୀନି କହିଛନ୍ତି, ଆମ ଜୀବନର ପ୍ରଥମ ଲକ୍ଷ୍ୟ ଏହା ହେବା ଉଚିତ ଯେ, ଆମେ ଯେଉଁ ମୂହୂର୍ତ୍ତରେ ଯେଉଁ ସ୍ଥାନରେ ରହିବୁ ସେହି ସ୍ଥାନରେ ହିଁ ନିଜର ସର୍ବଶ୍ରେଷ୍ଠ ଦେବୁ। ଧର୍ଯ୍ୟ, ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ଏକ ନିଶ୍ଚିତ ଲକ୍ଷ୍ୟ ରଖି ଯଦି ଆମେ ପରିଶ୍ରମ କରିବା ତେବେ ତେବେ ଆମକୁ ସଫଳତା ନିଶ୍ଚିତ ଭାବରେ ମିଳିବ।