ହାତ ଉଠାଇବା ପୂର୍ବରୁ ସାବଧାନ: ଡାକ୍ତର ନେଉଛନ୍ତି ସେଲଫ୍ ଡିଫେନ୍ସ ଟ୍ରେନିଂ

ଦିଲ୍ଲୀ:  ଡାକ୍ତର ଶିଖିବେ ଜୁଡୋ, କରାଟେ। ଚକିତ ହୋଇଗଲେ କି? ହଁ ଆଜ୍ଞା ଡାକ୍ତରମାନେ ନିଜକୁ ବଞ୍ଚାଇବା ପାଇଁ ନେବେ ଆତ୍ମରକ୍ଷା କୌଶଳର ତାଲିମ। ରୋଗୀଙ୍କ ସମ୍ପର୍କୀୟ ଦ୍ୱାରା ଡାକ୍ତରମାନେ ବାରମ୍ୱାର ଆକ୍ରମଣର ଶୀକାର ହେବା ପରେ, ଏଭଳି ନିଷ୍ପତି ନେଇଛନ୍ତି ଏମ୍ସ ଡାକ୍ତର।

DOCTOR HELMET ସାଧରଣତଃ ରୋଗୀର କିଛି ଅସୁବିଧା ହେଲେ ଡାକ୍ତରର କିଛି ଭୁଲ୍ ଥାଉ ବା ନଥାଉ ମାଡ଼ ଖାଇବାଟା ଥୟ। ମାତ୍ର ଏବେ ଡାକ୍ତରଙ୍କ ଉପରକୁ ହାତ ଉଠାଇବା ଆପଣଙ୍କୁ ପଡ଼ି ପାରେ ମହଙ୍ଗ।। ଡାକ୍ତରଙ୍କୁ ମାଡ଼ ମାରିଲେ ମାଡ଼ ଖାଇବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଆନ୍ତୁ। କାରଣ ଏବେ ଡାକ୍ତର ଶିଖିବେ ସେଲ୍ଫ ଡିଫେନ୍ସର କଳା।  କିଛିଦିନ ତଳେ ମହାରାଷ୍ଟ୍ର କ୍ୟାଡର୍ରର ଏମସ୍ ଡାକ୍ତରଙ୍କୁ ମାଡ଼ ମରାଯିବା ପ୍ରତିବାଦରେ ଦିଲ୍ଲୀ କ୍ୟାଡର ଏମସ୍ ଡାକ୍ତର ହେଲମେଟ୍ ପିନ୍ଧି ହସ୍ପିଟାଲକୁ ଆସି ଏକ ଅଭିନବ ଉପାୟରେ ପ୍ରତିବାଦ ଜଣାଇଥିଲେ। ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।ତେବେ ଆଗାମୀ ୧୫ ତାରିଖରୁ ଏମସର ଡାକ୍ତରମାନେ ଜାତୀୟସ୍ତରର ତାଇକୋଣ୍ଡ ବ୍ଲାକବ୍ଲେଟଧାରୀଙ୍କ ଠାରୁ ତାଲିମ ନେବେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।