ଖେଳୁ ଥିବା ବେଳେ ଦେଢ଼ ବର୍ଷର ଶିଶୁକୁ ଉଠାଇନେଲା କୁକୁର

ନୂଆଦିଲ୍ଲୀ: ଚଣ୍ଡିଗଡ଼ରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ସହରର ଏକ ପାର୍କରେ ଖେଳୁଥିବା ଦେଢ଼ ବର୍ଷର ପିଲାକୁ ବୁଲା କୁକୁର କାମୁଡ଼ି ମାରିଦେଇଛି। ଜଣେ ମହିଳା ନିଜର ୪ ଟି ପିଲାଙ୍କୁ ପାର୍କରେ ଖେଳିବାକୁ ଛାଡ଼ି କାମ କରିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା କିଛି ବୁଲା କୁକୁର ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ତିନିଜଣ ସେଠାରୁ ଦୌଡ଼ି ପଳାଇଥିବାବେଳେ ଦେଢ଼ ବର୍ଷର ଆୟୁଷ ଆସିପାରି ନ ଥିଲା। କୁକୁରମାନେ ଆୟୁଷକୁ ଅତି ନିର୍ମମ ଭବେ କାମୁଡ଼ି ଖଣ୍ଡିଆ ଖାବରା କରିଦେଇଥିଲେ।  ଗଠଣା ପୋଲିସ ପିଲାଟିକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ସ୍ଥାନୀୟ ବାସିନ୍ଦା ଅସୋନ୍ତଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ସହରରେ ପାର୍କ ଗୁଡ଼ିକରେ ବୁଲା କୁକୁରର ସମସ୍ୟା ଏତେ ବଢ଼ିଗଲାଣି ଯେ ଲୋକମାନେ ପାର୍କ ଯିବାକୁ ଭୟ କରୁଛନ୍ତି।  ସେମାନଙ୍କ କହିବା ଅନୁୟାୟୀ ପୂର୍ବରୁ ଏହି ଇଲାକାରେ କୁକୁର ଅନେକ ଲୋକଙ୍କୁ ଆକ୍ରମଣ କରିସାରିଛି। ଫଳରେ ପିଲାମାନଙ୍କୁ ଘରୁ ବାହାରକୁ ଖେଳିବା ପାଇଁ ଛାଡ଼ିବାକୁ ମଧ୍ୟ ଭୟ ଲାଗୁଛି।