କୁକୁର ଟାଣିନେଲା କୁନିପୁଅକୁ: ହସପିଟାଲ୍‌ ନା ଯମପୁର? ପଢନ୍ତୁ ଅଘଟଣର ଠିକଣା

ଲକ୍ଷ୍ନୌ: ସାଧରଣତଃ ରୋଗୀମାନେ ଆଖିବୁଜି ଡାକ୍ତର ଓ ଚିକିତ୍ସାଳୟ ଉପରେ ଭରସା କରିଥାନ୍ତି। ତେବେ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣଙ୍କ ହୋସ ଉଡାଇଦେବ। ଉତ୍ତରପ୍ରଦେଶ କେଜିଏମୟୁରେ ଏକ ରୋଗୀଙ୍କ ପତ୍ନୀ ଗଣଧର୍ଷଣ ଶୀକାର ହୋଇଥିଲେ। ଏହି ଘଟଣାକୁ 24 ଘଣ୍ଟା ପୂରିବା ପୂର୍ବରୁ ଗୁରୁବାର ମଧ୍ୟ ରାତ୍ରୀରେ ଘଟିଛି ଆଉ ଏକ ଅଘଟଣ।

କୁଇନମେରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ବୁଲା କୁକୁର ଏକ ନବଜାତ ଶିଶୁଟିକୁ ନେଇଯାଇଥିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁଟିକୁ ବୁଲା କୁକୁର କାମୁଡି ନେଇ ଯାଉଥିଲା। ଏପରି ଦୃଶ୍ୟ ଦେଖି କୁକୁରକୁ ଲୋକମାନେ ଗୋଡାଇବାରୁ ଶିଶୁଟିକୁ ଛାଡି ଘଟଣାସ୍ଥଳରୁ କୁକୁର ଦୌଡି ଚାଲିଯାଇଥିଲା। ଲୋକେ ଶିଶୁ ପାଖରେ ପହଞ୍ଚିବା ବେଳକୁ ସେ ଆଖି ବୁଜି ସାରିଥିଲା।

ହସପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ କୁକୁରଟି ହସପିଟାଲ ଭିତରକୁ ଯାଇ ଶିଶୁଟିକୁ ଉଠାଇ ନେଇଥିବା ଜଣା ପଡିଛି। ସ୍ୱାସ୍ଥ୍ୟକେନ୍ଦ୍ରରୁ ଏଭଳି ଛୁଆକୁ କୁକୁର ନେଇଯିବା ଘଟଣା ସ୍ୱାସ୍ଥ୍ୟକେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଲଗାଇଛି। ଅନ୍ୟପଟେ କୁକୁର କାମୁଡିବା ପରେ ଶିଶୁର ମୃତ୍ୟୁ ହୋଇଛି କି ପୂର୍ବରୁ ସେ ମରି ସାରିଥିଲା ପୋଲିସ ଏହାର ଯାଞ୍ଚ କରୁଛି।