ଭାଲେଣ୍ଟାଇନ୍ ଡେ’ ପାଳନ କର ନାହିଁ: ପାକ୍ ରାଷ୍ଟ୍ରପତି

ଇସଲାମାବାଦ: ‘ଭାଲେଣ୍ଟାଇନ୍ ଡେ’ ପାଳନ କର ନାହିଁ।  ଏହି ଦିବସ ପାଳନରୁ ବିରତ ରୁହ। ଏହି ଦିବସ ପଶ୍ଚାତ୍ୟ ସଭ୍ୟତାରେ ପାଳନ କରାଯାଏ। ଏହା ଆମ ଦେଶର ସଭ୍ୟତା ନୁହେଁ।’ ଶନିବାର ଏହା କହିଛନ୍ତି ପାକିସ୍ତାନର ରାଷ୍ଟ୍ରପତି ମାମନୁନ୍ ହୁସେନ୍।

ସେ କହିଛନ୍ତି, ଦେଶର ପ୍ରତ୍ୟେକ ଲୋକ ‘ଭାଲେଣ୍ଟାଇନ୍ ଡେ’ ଦିବସ ପାଳନରୁ ବିରତ ରହିବା ଉଚିତ। ଆମ ଦେଶର ସଭ୍ୟତା ମଧ୍ୟରେ ଏହି ଦିବସ ପାଳନ ନେଇ କୌଣସି ସାମଞ୍ଜସ୍ୟ ନାହିଁ। ଇସଲାମାବାଦରେ ପାକିସ୍ତାନ ସ୍ୱାଧୀନତା ସଂଗ୍ରାମୀ ନେତା ଅବଦୂର ରବ୍ ନିସତାରଙ୍କ ଶ୍ରାଦ୍ଧୋତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି। ଏହି ସମୟରେ ବହୁ ଛାତ୍ରୀ ଉପସ୍ଥିତ ଥିଲେ। ପାଶ୍ଚାତ୍ୟ ସଭ୍ୟାତା ପଛରେ ଧାଇଁ ଆମର ସଭ୍ୟତାକୁ ଧ୍ୱଂସ କରିବା ଅନୁଚିତ ବୋଲି ଛାତ୍ରୀମାନଙ୍କୁ ଉଦ୍‌‍ବୋଧନ ଦେଇଥିଲେ।