ରେଳ ବ୍ୟାରିକେଡ୍‌ ଚାଞ୍ଛିନେଲା ଡବଲ ଡେକର ବସ୍‌ର ଛାତ

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାଠାରେ ଏକ ଡବଲ୍‌-ଡେକର ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାନ୍ଦ୍ରାରେ ସାନ୍ତାକ୍ରୁଜରେ ଏହି ଅଘଟଣ ଘଟିଛି। ଏକ ରେଲୱେ ବ୍ୟାରିକେଡ୍‌ରେ ବସ୍‌ର ଉପର ଛାତ ବାଜି ଯିବାରୁ ବସ୍‌ ଛାତର ଉପରିଭାଗଟି ବାହାରି ଯାଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇ ନ ଥିଲେ ମଧ୍ୟ ଦୁର୍ଘଟଣା ଲାଗି କିଛି ସମୟ ପାଇଁ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା।

ପ୍ରବଳ ବର୍ଷା ଯୋଗୁଁ ବନ୍ୟାପାଣିରେ ମୁମ୍ବାଇର ଅନେକ ଅଞ୍ଚଳରେ ଲୋକେ ଫସି ରହିଛନ୍ତି। ଏପରିକି ସେମାନଙ୍କ ପାଖକୁ ଖାଦ୍ୟ ପଦାର୍ଥ ପହଞ୍ଚିପାରୁ ନାହିଁ। ଏଭଳି ସ୍ଥିତିରେ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ପରେ ଏହି ବସ୍‌ରେ ବନ୍ୟା ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ପଠାଯାଉଥିଲା। ଖଦ୍ୟ ଯୋଗାଣ ପାଇଁ ବସ୍‌ଟି କାଲିନାରେ ଅଞ୍ଚଳରେ ଥିବା ମୁମ୍ବାଇ ୟୁନିଭର୍ସିଟି ଅଭିମୁଖେ ଯାଉଥିବା ବେଳେ ରେଲୱେ ବ୍ୟାରିକେଡ୍‌ରେ ବସ୍‌ର ଉପର ଅଂଶ ଧକ୍କା ହେବାରୁ ଏଭଳି ଅଘଟଣ ଘଟିଥିଲା।