କଣ୍ଡୋମ ଭିତରେ ନିଶା କାରବାର

ପଣଜି:ଅଭିନବ ଢଙ୍ଗରେ ନିଶା କାରବାର। ଅତି ଚତୁରତାର ସହ କଣ୍ଡୋମ ଭିତରେ ନିଶା କାରବାର କରି ଜଣେ ବିଦେଶୀ ଫିସିଯାଇଛନ୍ତି। ଗୋଆର ପଣଜି ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି।  ଅଭିଯୁକ୍ତ ହେଉଛନ୍ତି ୟୁକେର ଡେଭିଡ୍ ଜନ୍‌ସନ୍‌। ଅଭିଯୁକ୍ତ ଜଣକ କଣ୍ଡୋମ ଭିତରେ ନିଶାଦ୍ରବ୍ୟ ପୂରାଇ ଭାରତକୁ ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଏହା ପଛରେ ଏକ ବଡ଼ଧରଣର ରାକେଟ କାମ କରୁଥିବା ପୋଲସ ପ୍ରକାଶ କରିଛି।

ସ୍ଥାନୀୟ  ଏସପି  ଉମେଶଙ୍କ କହିବା ଅନୁଯାୟୀ କଣ୍ଡୋମ ଭିତରେ ବିଭିନ୍ନ ପ୍ରକାର ଡ୍ରଗସ୍, ଔଷଧ ଆଦି ଲୁଚାଇ ଭାରତକୁ ଚାଲାଣ ହେଉଛି । ତେବେ ଏହି ଅଭିଯୁକ୍ତ ଜଣକ ମୁମ୍ବାଇ ବିମାନ ବନ୍ଦରରେ ପୋଲିସ ଆଖିରେ ଧୂଳିଦେଇ ଖସିଆସିଥିଲେ। ହେଲେ ଗୋଆର ପଣିଜିରେ ଧରାପଡ଼ିଛନ୍ତି। ଡେଭିଡ୍ ଜନ୍‌ସନ୍‌ଙ୍କ ପାଖରୁ ପାଖାପାଖି ୧୮ ଲକ୍ଷ ଟଙ୍କାର ନିଶା ଦବ୍ର୍ୟ ଜବତ କରାଯାଇଛି। ଗୋଆ ସି-ବିଚରେ ଏହି ନିଶା କାରବାର ଖୋଲମଖୋଲା ଚାଲୁଛି।