ଦୁବାଇ: ନୂଆବର୍ଷ ପାଳନ ବେଳେ ଆଡ୍ରେସ ଡାଉନ ଟାଉନ ହୋଟେଲରେ ଅଗ୍ନିକାଣ୍ଡ, ୧୬ ଆହତ

ଦୁବାଇ: ନୂଆବର୍ଷ ପାଳନ ଅବସରରେ ଦୁବାଇ ସ୍ଥିତ ଆଡ୍ରେସ ଡାଉନଟାଉନ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ହଜାର ଫୁଟର ଏହି ବିଲ୍ଡିଂରେ ନିଆଁ ଲାଗିଯାଇଥଲା। ୧୦ମିନିଟ ଭିତରେ ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଏହି ବିଲଡିଂ ସହିତ ଏକ ଫ।ଇଭଷ୍ଟାର ହୋଟେଲ ଓ ଆପାର୍ଟମେଣ୍ଟ କମ୍ପ୍ଲେକ୍ସକୁ ମଧ୍ୟ ନିଆଁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡରେ ପ୍ରାୟ ୧୬ଜଣ ଆହତ ହୋଇଛନ୍ତି। ଦୁବାଇ ସରକାରଙ୍କ ତରଫରୁ ଟୁଇଟ କରି କୁହାଯାଇଛି, ଅଗ୍ନିକାଣ୍ଡରେ ୧୪ଜଣ ସାମାନ୍ୟ ଆହତ ହୋଇଛନ୍ତି। ଅତ୍ୟଧିକ ଲୋକ ଓ ଧୂଆଁ କାରଣରୁ ଏପରି ହୋଇଥିଲା। ହୋଟେଲରେ ନିଆଁ ଲାଗିବା ପରେ ନୂଆବର୍ଷ ପାଇଁ ଏକତ୍ରିତ ହୋଇଥିବା ଲୋକଙ୍କୁ ଉକ୍ତ ସ୍ଥାନ ଖାଲି କରିବାକୁ କୁହାଯାଇଥିଲା।

ଡାଉନ ଟାଉନ ହୋଟେଲର ୨୦ ନମ୍ୱର ଫ୍ଲେ।ରରେ ପ୍ରଥମେ ନିଆଁ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ନୂଆବର୍ଷ ଉପଲକ୍ଷେ ଫ।ୟାରୱାର୍କ ଡିସପ୍ଲେକୁ ଦେଖିବା ପାଇଁ ଲୋକେ ଅପେକ୍ଷା କରିଥିବା ବେଳେ ଖଲିଫା ଟାୱାର ଓ ହୋଟେଲରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା।