ଦୁଇଦିନରେ ୭ ଥର ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ଜମ୍ମୁ: ଭାରତର ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନର ମତିଭ୍ରମ ହୋଇଯାଇଛି। ଭାରତର ଏହି ସଫଳ ଅପରେସନକୁ ସ୍ୱୀକାର କରିପାରୁ ନ ଥିବା ପାକିସ୍ତାନ ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରି ସେନା ପୋଷ୍ଟ ଗୁଡିକୁ ଟାର୍ଗେଟ୍‌ କରୁଛି। ଗତ ଦୁଇଦିନ ମଧ୍ୟରେ ପାକିସ୍ତାନ ୭ ଥର ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି।

ଜମ୍ମୁର ନୌସେରା ସେକ୍ଟରର ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନ ସେନା ଭାରତୀୟ ପୋଷ୍ଟକୁ ପୁଣି ଟାର୍ଗେଟ କରିଛନ୍ତି। ଭାରତୀୟ ସମୟ ଦିନ ୧୨ଟାରେ ଏହି ପାକିସ୍ତାନ ପଟୁ ଭାରତୀୟ ସେନା କ୍ୟାମ୍ପ ଓ ସୀମାନ୍ତ ଅଞ୍ଚଳରେ ଗୁଳିମାଡ଼ କରାଯାଇଛି। ଏହାର ଦୃଢ ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଇଛି।

ପାକିସ୍ତାନର ଏପରି ଆକ୍ରମଣକୁ ନେଇ ସୀମା ଅଞ୍ଚଳରେ ରହୁଥିବା ଅଧିବାସୀମାନେ ଭୟଭିତ ଅବସ୍ଥାରେ ରହିଛନ୍ତି।