ଦୁଇ ଭାଇଙ୍କୁ ହତ୍ୟା ମାମଲା: ଆରଜେଡି ନେତା ଶାହାବୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡାଦେଶ

ପାଟନା: ବିହାରର ପୂର୍ବତନ ବାହୁବଳୀ ସାଂସଦ ତଥା ଆରଜେଡି ନେତା ମହମ୍ମଦ ଶାହାବୁଦ୍ଦିନଙ୍କୁ ଏକ ସ୍ୱତନ୍ତ୍ର କୋର୍ଟ ଦୁଇ ଭାଇଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ବ୍ୟତୀତ ଏହି ମାମଲାରେ ଆଉ ତିନି ଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ଶାହାବୁଦ୍ଦିନଙ୍କ ପତ୍ନୀ କହିଛନ୍ତି ଯେ ସେ ଏହି ରାୟ ବିରୁଦ୍ଧରେ ହାଇକୋର୍ଟକୁ ଯିବେ। ଶାହାବୁଦ୍ଦିନ ଓ ଅନ୍ୟ ୩ ଦୋଷୀ ଏବେ ଜେଲରେ ଅଛନ୍ତି।

୨୦୧୪ ଅଗଷ୍ଟରେ ଶାହାବୁଦ୍ଦିନ ତାଙ୍କର ତିନି ଜଣ ସହଯୋଗୀଙ୍କ ସହିତ ମିଶି ଦୁଇ ଭାଇଙ୍କୁ ଏସିଡ୍ ଢାଳି ହତ୍ୟା କରିଥିଲେ। ମୃତକଙ୍କ ମା’ ଏନେଇ ମାମଲା ରୁଜୁ କରିଥିଲେ।