ଦିଲ୍ଲୀରେ ଭୂମିକମ୍ପ

ନୂଆଦିଲ୍ଲୀ: ଥରିଲା ଦିଲ୍ଲୀ। ବୁଧବାର ରାତିରେ ରାଜଧାନୀ ଦିଲ୍ଲୀ ସହ ଉତ୍ତରାଖଣ୍ଡରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୂ-କମ୍ପର କେନ୍ଦ୍ରସ୍ଥଳ ଉତ୍ତରାଖଣ୍ଡରେ ହୋଇଥିବା ବେଳେ ଏହାର ପ୍ରଭାବ ଦିଲ୍ଲୀ ଏନ୍‌ସିଆର ଉପରେ ପଡ଼ିଛି। ଏହି ଭୂମିକମ୍ପର ତୀବ୍ରତା ୫.୦ ରେକର୍ଡ଼ କରାଯାଇଛି। ଇୟୋରୋପ୍‌ର ଭୂ-ଗବେଷଣା ସ୍ଥଂସ୍ଥାର ଆକଳନ ଅନୁଯାୟୀ ଡେରାଡୁନ୍‌ର ପୂର୍ବବର୍ତ୍ତୀ ୧୨୦ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ତଳ ଥିବା ଚିହ୍ନଟ କରାଯାଇଛି। ତେବେ ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ କମ୍ପନ ସୃଷ୍ଟି ହୋଇଥିବା ଆକଳନ କରାଯାଇଛି। ତେବେ କ୍ଷୟକ୍ଷତିର ରିପୋର୍ଟ ସମ୍ପର୍କରେ କିଛି ତଥ୍ୟ ମିଳିପାରି ନାହିଁ। ସେହିପରି କୌଣସି ମୃତାହତ ସମ୍ପର୍କରେ ସୂଚନା ମିଳିପାରି ନାହିଁ।  ତେବେ ମୃଦୁ ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ।  ଭୟରେ ଲୋକମାନେ ବାହାରକୁ ପଳାଇ ଆସିଥିଲେ।