ନୂଆଦିଲ୍ଲୀରେ ଭୂକଂପ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଭୂମିକମ୍ପ। କିଛି ସେକେଣ୍ଡ ପାଇଁ ଥରିଛି ଦେଶର ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳ। ଶନିବାର ପ୍ରାୟ ୧ଟା ୪୦ରେ ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଥିଲା ଭୂକଂପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୦।  ନୂଆଦିଲ୍ଲୀଠାରୁ ୫ କିଲୋମିଟର ଦୂରରେ ଥିଲା ଏହାର କେନ୍ଦ୍ରସ୍ଥଳ।

ମିଳିଥିବା ସୂଚନା ମୁତାବକ ଏହି ଭୂକଂପ ଯୋଗୁଁ ଦିଲ୍ଲୀ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ କାନ୍ଥରେ ଫାଟ  ସୃଷ୍ଟି ହୋଇଛି। ତେବେ ଏହାକୁ ଛାଡ଼ି  ଅନ୍ୟ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇନାହିଁ।