ଜାପାନ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି,୧୫୦୦ ଆହତ

କୁମାମୋଟୋ: ଗତକାଲି ଜାପାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଆର୍ମୀ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଲିରେ ଏହି ଭୂମିକମ୍ପରେ ୩୨ ଲୋକଙ୍କ ପ୍ରାଣ ହାନି ହୋଇଥିବା ବେଳେ ୧,୫୦୦ ଲୋକ ଗୁରୁତର ଆହତ ହୋଇଥିବା ବେଳେ ହଜାରରୁ ଅଧିକ ଲୋକ ନିଖୋଜ୍‌ ରହିଛନ୍ତି।

ପ୍ରଶାସନ ପକ୍ଷରୁ ବହୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯାଇଥିଲେ ମଧ୍ୟ ବିଦ୍ୟୁତ ଓ ପାଣିର ଅଭାବ ଦେଖାଦେଇଛି। ଗତକାଲି ଜାପାନର କୁମାମୋଟୋରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଘଣ୍ଟା ମଧ୍ୟରେ ବହୁ ଥର ଭୂମିକମ୍ପ ଅନୁଭୂତ ହେବା ପରେ ସମ୍ଭାବ୍ୟ ସୁନାମୀ ରକ୍ଷା କରିବାକୁ ଉପକୂଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି।