ଦିଲ୍ଲୀ ଓ ଶ୍ରୀନଗରରେ ଭୂକଂପ

ନୂଆଦିଲ୍ଲୀ: ଦିଲ୍ଲୀ,ଏନ୍‌ସିଆର୍ ଓ ଶ୍ରୀନଗରରେ ଆଜି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପ୍ରାୟ ୧୫ରୁ ୨୦ ସେକେଣ୍ଡ ଧରି ଭୂକଂପ ଝଟ୍‌କା ଅନୁଭୂତ ହୋଇଥିଲା। ଭାରତୀୟ ସମୟ ୧୨ଟା ୪୦ ମିନିଟ୍‌ରେ ଏହି ଭୂକଂପ ଝଟକା ଅନୁଭୂତ ହୋଇଥିଲା।

ଆଫଗାନିସ୍ତାନରେ ଆଜି ଭୂକଂପ ଅନୁଭୂତ ହୋଇଥିଲା। ସେଠାରେ ଏହାର ତୀବ୍ରତା ୬.୧ ରହିଥିଲା। ଏହା ପ୍ରଭାବ ଉତ୍ତର ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନରେ ମଧ୍ୟ ଏହି ଭୂକଂପର ଝଟକା ଅନୁଭୂତ ହୋଇଥିଲା।

ଦିଲ୍ଲୀ, ଏନ୍‌ସିଆର ଓ ଶ୍ରୀନଗରରେ ଏହି ଭୂକଂପର ତୀବ୍ରତା କେତେ ତାହା ଜଣାପଡ଼ିନାହିଁ।