ଉତ୍ତର ଭାରତରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ଆଜି ଉତ୍ତର ଭାରତରେ ଭୂମି କମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୧୦.୩୫ ବେଳେ ନୂଆଦିଲ୍ଲୀ ଏନ୍‌ସିଆର୍‌ରେ ଅନୁଭୂତ ହୋଇଥିଲା। ଦିଲ୍ଲୀର ଏହାର ତୀବ୍ରତା ୫.୫ ରହିଥିଲା। ଏହାର କେନ୍ଦ୍ରସ୍ଥଳ ଉତ୍ତରାଖଣ୍ଡ ବୋଲି ଜଣାପଡ଼ିଛି।

ଉତ୍ତରାଖଣ୍ଡରେ ଏହାର ତୀବ୍ରତା  ୬.୦ ରହିଥିଲା।

ଭୂକମ୍ପ ଯୋଗୁଁ ଲୋକେ ଭୟରେ ଘର ଛାଡ଼ି ଖୋଲା ସ୍ଥାନକୁ ପଳାଇ ଆସିଥିଲେ। ମାତ୍ର ଏଥିରେ କିଛି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି।

ଭୂକମ୍ପର ଝଟକା ନୋଏଡା, ଉତ୍ତରପ୍ରଦେଶ, ଚଣ୍ଡିଗଡ଼, ହିମାଚଳପ୍ରଦେଶ ଓ ଗୁଡଗାଓଁରେ ମଧ୍ୟ ଅନୁଭୂତ ହୋଇଛି।