‘ନମୋ ଟିଭି ବିଜ୍ଞାପନ ଚ୍ଯାନେଲ’

ନୂଆଦିଲ୍ଲୀ: ‘ନମୋ ଟିଭି’ ବିଜ୍ଞାପନ ଚ୍ୟାନେଲ ଅଟେ। ଏହା ଡାଇରେକ୍ଟ ଟୁ ହୋମ ( ଡ଼ିଟିଏଚ) ମାଧ୍ୟମରେ ଶୁଭାରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ହୋଇଥିବା ନୋଟିସର ଏପରି ଜବାବ ରଖିଛି ସୂଚନା ମନ୍ତ୍ରଳାୟ। ବିଜେପି ଏହି ଟିଭି ଜରିଆରେ କେବଳ ନରେନ୍ଦ୍ର ମୋଦିଙ୍କର ସଭା ଓ ରାଲିର ପ୍ରଚାର କରୁଛି।

ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାବେଳେ ମାର୍ଚ୍ଚ ୩୧ରେ ଶୁଭାରମ୍ଭ ହୋଇଥିବା ‘ନମୋ ଟିଭି’ ଚ୍ୟାନେଲ ବାବଦରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟକୁ ରିପୋର୍ଟ ମାଗିଥିଲେ ନିର୍ବାଚନ କମିଶନ। ‘ନମୋ ଟିଭି’ର ଲୋଗୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଛି।

୩୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମେଁ ଭି ଚୌକିଦାର’ କାର୍ଯ୍ଯକ୍ରମକୁ ଦୁରଦର୍ଶନ କିଭଳି ଲମ୍ବା ସମୟ ପ୍ରସାରଣ କଲା ସେ ନେଇ ଦୁରଦର୍ଶନକୁ ନିର୍ବାଚନ କମିଶନ ଜବାବ ମାଗିଛନ୍ତି।

ବିରୋଧୀ କଂଗ୍ରେସ, ଆମ ଆଦମି ପାର୍ଟି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇ ଅଭିଯୋଗ କରିଥିଲେ। ବିଜେପି ଏହି ଟିଭି ଚ୍ୟାନେଲକୁ ଚଲାଉଥିବା ଆମ ଆଦମି ପାର୍ଟି ଚିଠି ଲେଖି ନିର୍ବାଚନ କମିଶନଙ୍କୁ ଜଣାଇଥିଲା।

‘ନମୋ ଟିଭି’ରେ ପ୍ରସାରଣ ହେଉଥିବା ସୂଚନା ବାବଦରେ କିଏ ନିରୀକ୍ଷଣ କରିବ? ବିଜେପି ଏଥିପାଇଁ ମିଡ଼ିଆ ସାର୍ଟିଫିକେଟ କମିଟି ପାଇଁ ଆବେଦନ କରିଛି କି, ଏ ବାବଦରେ ବିଜେପିକୁ କାହିଁକି କାରଣ ଦର୍ଶାଅ ନୋଟିସ ମଗାଯିବ ନାହିଁ ବୋଲି ଆମ ଆଦମି ପାର୍ଟିର ଲିଗାଲ ସେଲ ନିର୍ବାଚନ କମିଶନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି।

କଂଗ୍ରେସ ମଧ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଜଣାଇଛି ଯେ ‘ନମୋ ଟିଭି’ର ନାମ ପୂର୍ବରୁ କଣ୍ଟେଣ୍ଟ ଟିଭି ଥିଲା। ମାର୍ଚ୍ଚ ୩୧ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହୋଇଛି। ମୋଦିଙ୍କ ବ୍ୟକ୍ତିଗତ ଲାଭ ଓ ବିଜେପିର ପ୍ରଚାର ପାଇଁ ଏହି ଟିଭି ଚ୍ୟାନେଲ ବ୍ୟବହାର କରାଯାଉଥିବା କଂଗ୍ରେସ କହିଛି।

ଏହାପରେ “ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମକୁ ନେଇ ଆପତ୍ତି ଉଠାଇଥିଲା କଂଗ୍ରେସ।