ଦେଶର ୩୦୦ ଶାଖା ବ୍ୟାଙ୍କକୁ ନୋଟିସ୍‌ ପଠାଇଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ଦେଶର ୩୦୦ ଶାଖା ବ୍ୟାଙ୍କକୁ ବିମୁଦ୍ରାକରଣ ପରେ ଶାଖା ବ୍ୟାଙ୍କର କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟଙ୍କା ନେଣ ଦେଣ ହିସାବ ଦେବା ପାଇଁ ନୋଟିସ୍‌ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ହିସାବ ଆସନ୍ତା ଦୁଇ ଦିନ ମଧ୍ୟରେ ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କୁହାଯାଇଛି।

ନୋଟିସ୍‌ ପଠାଯାଇଥିବା ଏହି ବ୍ୟାଙ୍କ ଗୁଡ଼ିକରେ ବହୁ ମାତ୍ରାରେ କଳା ଧନ ଜମା ହୋଇଥିବା ସୂଚନା ରହିଛି। ଅଧିକାଂଶ ଶାଖା ବ୍ୟାଙ୍କରେ ଅନ୍‌ଲାଇନ୍‌ ଡାଟା ମ୍ୟାନେଜମେଣ୍ଟର ସୁବିଧା ନଥିବାରୁ ଏଠାରେ ଟଙ୍କା ନେଣ ଦେଣ ପୁରୁଣା ମାନୁଆଲ ସିଷ୍ଟମରେ କରାଯାଇଛି।

କିଛି ଶାଖା ବ୍ୟାଙ୍କରେ ଟଙ୍କାର ଘୋଟାଲାକୁ ନେଇ ଖବର ଆସିବା ପରେ ଏହି ବ୍ୟାଙ୍କ ଗୁଡ଼ିକରେ ପୁରୁଣା ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ବଦଳକୁ ଆରବିଆଇ ବନ୍ଦ କରିଥିଲେ।