ଆଫଗାନସ୍ତାନ: ମସଜିଦ ନିକଟରେ ବୋମା ବିସ୍ଫୋରଣ, ୮ ମୃତ

କାବୁଲ: ଆଫଗାନିସ୍ତାନର କେନ୍ଦ୍ରୀୟ ଘାଜିଂ ପ୍ରଦେଶର ଏକ ମସଜିଦ ନିକଟରେ ବୋମା ବିସ୍ଫୋରଣ ହେଇ ୮ଜଣ ତାଲିବାନୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ଜଣ ଆତଙ୍କବାଦୀ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅନ୍ଦର ଜିଲ୍ଲାରେ ଥିବା ମସଜିଦ୍ ନିକଟ ଏକ ବିଲ୍ଡିଂରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ଲାଗି ପ୍ରସ୍ତୁତ କରୁଥିବା ବେଳେ ତାହା ଫୁଟି ଯାଇଥିଲା। ଏ ନେଇ ତାଲିବାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।