ଦୁଇ ପିକ୍ ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୮ ମୃତ ୨୪ ଗୁରୁତର

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଛତିଶଗଡ ବିଜାପୁର ଜିଲ୍ଲାର ନେଲସାନାର ଗତକାଲି ବିଳମ୍ୱିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ପିକ୍ ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଭୈରମଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବିଜାପୁର ଜିଲ୍ଲାର ନେଲଶନର ପୁଲିସ ଏହି ସୂଚନା ଦେଇଛି। ତେବେ ଖବର ଲେଖା ହେବା ସୁଦ୍ଧା ଦୁର୍ଘଟଣାର କାରଣ ଏବଂ ମୃତକଙ୍କ ପରିଚୟ ବାବଦରେ କିଛି ସୂଚନା ମିଳି ପାରି ନାହିଁ।